ଫ୍ଲାଇଂ ସ୍କ୍ଵାର୍ଡଙ୍କ ନଜରରେ ପାଣ୍ଡିଆନଙ୍କ ହେଲିକପ୍ଟର
by Argus News
Sat, Apr 27 | 9:07 p.m.

ଅର୍ଗସ ବ୍ୟୁରୋ: ବିଜେଡି ନେତା ପାଣ୍ଡିଆନଙ୍କ ହେଲିକପ୍ଟରର ହେଲା ଯାଂଚ । ତାହା ପୁଣି ଫ୍ଲାଇଂ ସ୍ଵାର୍ଡଙ୍କ ହାତରେ । ସାଧାରଣ ନିର୍ବାଚନ ପାଇଁ ପ୍ରଚାର ପାଇଁ ଯାଇଥିବା ବେଳେ ନବରଙ୍ଗପୁର ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟରରର ଚେକିଂ କରାଯାଇଥିଲା । ମିନିଟିଏ କି ଦୁଇମିନିଟ୍‌ ନୁହେଁ ବରଂ ୨୦/୨୫ ମିନିଟ ଧରି ହେଲିକପ୍ଟର ଯାଞ୍ଚ ହେଲା କିନ୍ତୁ ହେଲିକପ୍ଟରରୁ କିଛି ମିଳିନଥିବା ଜଣାପଡିଛି ।

ନିର୍ବାଚନକୁ ଆଉ ମାତ୍ର ୧୫ ଦିନ ଥିବାରୁ ଏବେ ପ୍ରଚାର ମଇଦାନରେ ନେତା । ଖାଲି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାହା ନୁହେଁ ବରଂ କାଉଣ୍ଟର ଆଟାକ୍‌ ବି ହେଉଛି । ହେଲେ ଶାସକ ଦଳର ନେତା ପ୍ରଶାସନକୁ ନାଲିଆଖି ଦେଖାଇ ଭୋଟରଙ୍କୁ ପ୍ରଭାବିତ କରିବା ସହିତ ବେଆଇନ ଭାବରେ ଟଙ୍କା ବାଣ୍ଟୁଥିବା ନେଇ ଅନେକ ଅଭିଯୋଗ ଆସିଛି । ଏମିତିକି ନେତାଙ୍କ ଗାଡିରୁ କୋଟି କୋଟି ଟଙ୍କା ଜବତ ହେଉଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ତେଣୁ ପାଣ୍ଡିଆନଙ୍କ ଗସ୍ତ ସମୟରେ ହେଲିକପ୍ଟରରେ କଣ କଣ ରହିଛି ସେନେଇ ଚେକିଂ କରାଯାଇଥିବା ନେଇ ସୂଚନା ମିଳିଛି ।

ଏପଟେ, ପାଣ୍ଡିଆନଙ୍କୁ Z ସିକ୍ୟୁରିଟି ଦିଆଯିବା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । କେଉଁ ଆଧାରରେ ପାଣ୍ଡିଆନଙ୍କୁ ଦିଆଯାଇଛି Z କାଟେଗୋରୀ ସୁରକ୍ଷା ? ନେତା ଗିରି କରୁଥିବା ପାଣ୍ଡିଆନଙ୍କର ଲୋକଙ୍କୁ ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛି ଦଳ । ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ମିଳୁନି ସୁରକ୍ଷା । ହେଲେ ନିର୍ବାଚନ ନ ଲଢ଼ି ପାଣ୍ଡିଆନଙ୍କୁ କାହିଁକି ଏକ୍ସଟ୍ରା ସୁରକ୍ଷା ? ଏଠି ପ୍ରଶ୍ନ, ବିଜେଡିର ଉତ୍ତରାଧିକାରୀ ବୋଲି ମିଳୁଛି କି ସିଏମ୍‌ଙ୍କଠୁ ବଳି ସିକ୍ୟୁରିଟି  ? ବିଜେଡିର ନମ୍ବର 2 ଷ୍ଟାର କ୍ୟାମ୍ପେନର ଭି.କେ. ପାଣ୍ଡିଆନ ବନିଛନ୍ତି କି ନବୀନଙ୍କ ଦୁର୍ବଳତା । କିଛି ଏମିତି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ।
 

ପୋଲିସ
ପୋଲିସର ବର୍ରରତା, ମହିଳାଙ୍କ ଉପରେ ଲାଠିଚାର୍ଜ ସହ ଗୁଳିମାଡ
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼
ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍